You can write and publish your own articles here.
Please download the app to get started.

Download App


ମୁଁ ପ୍ରକୃତରେ ବହୁତ ଅହ˚କାରୀ

ସଂଗୃହୀତ

ଜଣେ ବ୍ୟକ୍ତି ଗୁରୁଙ୍କୁ ପଚାରିଲେ- ମହାଶୟ, ମୁଁ ମୋର ଦୁର୍ଗୁଣ ସବୁକୁ କେମିତି ଜାଣିବି? 

ଗୁରୁ କହିଲେ- ତୁମେ ନିଜକୁ ଅନ୍ୟର ଆଖିରେ ଦେଖ। 

ସେଇ ବ୍ୟକ୍ତି ଗୁରୁଙ୍କ କଥା ଅନୁସାରେ ନିଜ ଉପରେ ବାହାରୁ ଦୃଷ୍ଟି ପକାଇବାର କଳ୍ପନା କରି ନିଜର ଅନୁଶୀଳନ କରିବାକୁ ଲାଗିଲେ। 

ତା’ ପରେ ସେ ଗୁରୁଙ୍କୁ କହିଲେ- ସତ କହିଛନ୍ତି। ମୋର ସବୁଠାରୁ ବଡ଼ ବଦ୍‌ଗୁଣ ଦେଖିବାକୁ ପାଇଛି। 

ଗୁରୁ କହିଲେ- ତାହା କ’ଣ? 

ସେହି ବ୍ୟକ୍ତି କହିଲେ- ମୋର ଏକ ବଡ଼ ଦୁର୍ଗୁଣ ହେଲା ମୁଁ କାହାକୁ କିଛି ମନା କରିପାରେ ନାହିଁ। ତେଣୁ ମୁଁ ବହୁବାର ଠକାମିର ଶିକାର ହେଲିଣି। ହଇରାଣରେ ପଡୁଛି। 

ଗୁରୁ ଅଳ୍ପ ହସି କହିଲେ- ତୁମେ ଏବେ ଯେଉଁ ଗୁଣକୁ ତୁମ ଦୁର୍ଗୁଣ ବୋଲି କହିଲ ପ୍ରକୃତରେ ତାହା ତୁମର ଏକ ଭଲ ଗୁଣ। ତାହା ସୂଚାଏ ତୁମେ କେତେ ଉଦାର! ଏହାର କାରଣ ତୁମେ ନିଜ ଉପରେ ଜଣେ ମିତ୍ରର ଦୃଷ୍ଟି ପକାଇଲ। ଏବେ ନିଜକୁ ଏକ ଶତ୍ରୁର ଦୃଷ୍ଟିରେ ଦେଖ। ଜଣେ ନିନ୍ଦୁକ ଭାବେ ନିଜକୁ ଦେଖ। 

ସେହି ବ୍ୟକ୍ତି ଏବେ ଟିକିଏ ଚିନ୍ତା କଲେ। ତାଙ୍କ ନିନ୍ଦୁକମାନେ ତାଙ୍କ ଉପରେ କି ମତ ପୋଷଣ କରୁଥାଇ ପାରନ୍ତି ବୋଲି ଭାବିଲେ। ତା’ ପରେ ଧୀରେ ଧୀରେ ତାଙ୍କ ଦୁର୍ଗୁଣଟି ସ୍ପଷ୍ଟ ହୋଇ ଉଠିଲା। 

ସେ ଗୁରୁଙ୍କୁ କହିଲେ- ମୁଁ ଏବେ ମୋର ଦୁର୍ଗୁଣକୁ ଜାଣି ପାରିଲି। ମୁଁ ପ୍ରକୃତରେ ବହୁତ ଅହ˚କାରୀ। କାରଣ ମୁଁ ସର୍ବଦା ମୋ ମତକୁ ସବୁଠାରୁ ଅଧିକ ଯୁକ୍ତିସ˚ଗତ ବୋଲି ଭାବେ ଏବ˚ ମୋର ବିପରୀତ ମତକୁ ସହଜେ ଗ୍ରହଣ କରେନାହିଁ। 

ଗୁରୁ କହିଲେ- ଠିକ ବାଟରେ ଯାଇଛ। ତାହା ହିଁ ନିଜ ଦୁର୍ଗୁଣ ଚିହ୍ନିବାର ଉପାୟ। ସନ୍ଥ କବୀର କହି ନ ଥିଲେ କି ସର୍ବଦା ନିନ୍ଦୁକମାନଙ୍କୁ ନିଜ ପାଖରେ ସମ୍ମାନର ସହିତ ରଖିବ। ତାହା ହେଲେ ତୁମେ ଆପେଆପେ ପରିଷ୍କାର ହୋଇ ଉଠିବ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App