X Close

ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-10)

୧ମ ପାଞ୍ଜି ମତେ-ଏ ଉତ୍ତାରୁ ଏହାଙ୍କ ପୁଅ ପୁରୁଷୋତ୍ତମ ଦେବ ରାଜା ହୋଇଲେ । ସେ କୃଷ୍ଣବେଣୀ ନଦୀକୂଳେ ସେ ରାଜା ହୋଇଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଆସି ଦରଶନ କଲେ । କଟକ ଶ୍ରୀନଅରେ ଯାଇ ବିଜେ କଲେ । ହମୀରଙ୍କୁ ଯାଇ ଡଗରା ବାରତା କହିଲେ ତାହା ଶୁଣି ହମୀରେ ଅଇଲେ । ବେଗଧାଇଁ ବୋଇଲେ ଆମ୍ଭ ଥାଉଁ ପୁରିଆ ରାଜା ହୋଇଲା । ବୈଶାଖ ଶୁକ୍ଳ ନବମୀ ଦିନ ଶ୍ରୀପୁରୁଷୋତ୍ତମ ହମୀରେ ପ୍ରବେଶ ହୋଇଲେ ଦରଶନ କରି ପ୍ରତିଗାଁ କରି ବୋଇଲେ ପୁରିଆକୁ ଆଉ ତୁମ୍ଭେ ରଖି ନ ପାରିବ ଶଙ୍ଖେ ପୂରୋଇ ଚକ୍ରେ ଉହାଡ଼ିଲେ ଅବଶ୍ୟ ମାରିବୁ ଗୋସାଇଁ । ଏତେ ବୋଲି ହମୀରେ କଟକକୁ ଗଲେ । ପୁରୁଷୋତ୍ତମ ଦେବଙ୍କୁ ବାରତା ବୋଇଲେ । କପାଟ ପାଡ଼ି ସେ ଶ୍ରୀନଅର ଭିତରେ ରହିଲେ । ସିଂହ ଦ୍ୱାର ମାଡ଼ି ହମୀରେ ରହିଲେ । ଆଣ୍ଟେ କବାଟ ଫେଡ଼ି ଦିଅରେ ବୋଲି ଡାକିଲେ । ଜୀବନେ ଯେବେ ଆଶ ଅଛି ତେବେ ଫେଅ ସିଘଂଦ୍ୱାର। ପଢ଼ିଆରି ବୋଇଲା ଠାକୁରଙ୍କ ଆଗ୍ୟାଁ ନାହିଁ କେମନ୍ତ କବାଟ ଫେଡ଼ିବୁ ଗୋସାଇଁ । ଶୁଣି ରୋଷଭରେ ଘୋଡ଼ା ଢୁଆଇ ସାବେଳି ଡ଼ିଆଇଁ ବୋଇଲେ ପୁରିଆକୁ କହ ରାଜା ହୋଇବାକୁ ଯେବେ ଅଛି ସ୍ନେହ ଏ ସାବେଳି ଡ଼ିଆଇଁ ବୋଇଲେ ପୁରିଆକୁ କହ ରାଜା ହୋଇବାକୁ ଯେବେ ଅଛି ସ୍ନେହ ଏ ସାବେଳି ମୁଠି ଯେବେ ବଞ୍ଚାଇ ପାରିବୁ ତେବେ ସେ ଏ ରାଜ୍ୟେ ରାଜା ହୋଇବୁ । ଏତେ ବୋଲି ହମୀରେ କୋପ କଲେ । କବାଟ ଫେଡ଼ି ଯେ ପୁରୁଷୋତ୍ତମ ଦେବ ଅନାଇଲେ ।

ପୁରିଆ ଅନାଉଛି ବୋଳି ହମୀରେ ବୋଇଲେ । କୋପେଣ ସାବେଳି ମାଇଲେ ତାହା ଜାଣି ପୁରୁଷୋତ୍ତମ ଦେବ ସମ୍ଭାଳିଲେ । ହମୀରେ ବୋଇଲେ ସାବେଳି ଗଲା ଭଳି ବୋଲି ବୋଇଲେ । ପୁରିଆ ରଖବଲେ ବନମାଳୀ । ଏତେ ଦେଖି ସେ ବିସ୍ମୟେ କରି ମତି ପଶ୍ଚିମ ଦିଗକୁ ବାହାର ହୋଇଯାନ୍ତି । ଗୋବିନ୍ଦ ହରିଚନ୍ଦନେ ଯେ ହମୀରଙ୍କ ବୋଲେ ଥିଲେ ତାହାଙ୍କୁ ପୁରୁଷୋତ୍ତମ ଦେବ ମରାଇ ପକାଇଲେ । ତହୁଁ ଏ ରାଜା ହୋଇଲେ ।

ପୁରୁଷୋତ୍ତମ ଦେଉଳେ ଏ ରାଜାଙ୍କ ଅ୭ଙ୍କେ ଭୋଗ ମୋଣ୍ଡୋଅ ତୋଳାଇଲେ ଅ୯ଙ୍କେ ମଝି କୁରୁମ ବେଢ଼ା ଗଢ଼ାଇଲେ । ଅ୧୧ଙ୍କେ ଏ ରାଜା କାଞ୍ଚୀ କାବେରୀ ମାଇଲେ । କାଞ୍ଚୀ ଶାସନରୁ ସତ୍ୟବାଦୀ ଗୋପୀନାଥଙ୍କୁ ଆଣି ନଗର ଚୌଦ୍ୱାର ନବରକୁ ବସାଇଲେ । ଏ ରାଜା ଭୋଗ କଲେ ବ୩୦।୧ମାସ ।

୨ୟ ପାଞ୍ଜି ମତେ- ଏ କୃଷ୍ଣବେଣୀ କୂଳେ ରାଜାହୋଇ ଶ୍ରୀପୁରୁଷୋତ୍ତମେ ଆସି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି କଟକ ଶ୍ରୀନଅରରେ ରହିଲେ, ହମୀରମାନଙ୍କୁ ଯାଇ ଡଗର କହିଲା । ତାହା ଶୁଣି ହମୀରମାନେ ଅଇଲେ । ବୋଇଲେ ଆମ୍ଭେ ଥାଉ ପୃଥିରେ ପୁରିଆ ରାଜା ହେଲା । ବୈଶାଖ ଶୁକ୍ଳ ନବମୀ ଦିନ ଶ୍ରୀ ପୁରୁଷୋତ୍ତମେ ପ୍ରବେଶ ହୋଇଲେ । ପରମେଶ୍ୱରଙ୍କୁ ଦର୍ଶନ କରି ପ୍ରତିଗ୍ୟାଂ କରି ବୋଇଲେ ପୁରିଆକୁ ତୁମ୍ଭେ ଆଉ ରଖି ନ ପାରିବ । ଶଙ୍ଖେ ପୂରାଇ ଚକ୍ରେ ଉଢ଼ାଳ କଲେ ଅବଶ୍ୟ ମାରିବୁ । ଏତେ ବୋଲି ହମୀରମାନେ କଟକୁ ... । ପୁରୁଷୋତ୍ତମେ ଦେବଙ୍କୁ ବାରତା ହୋଇଲା । ସେ କବାଟ ପାତି ଶ୍ରୀନଅରରେ ରହିଲେ । ସିଂଘଦ୍ୱାର ହମୀର ମାଡ଼ିଅଛି ରହିଲେ । ଆଣ୍ଟେ କବାଟ ଫେଡ଼ିଦିଅ ବୋଲି ଡାକିଲେ । ଜୀବନେ ଯେବେ ଆଶ ଅଛି ତେବେ... ସହି ଯେବେ ବଞ୍ଚାଇ ପାରିବୁ ତେବେ ସେ ଏ ରାଜ୍ୟରେ ରାଜା ହୋଇବୁ । ଏତେ ବୋଲି ହମୀରେ କୋପକଲେ । କବାଟ ଫେଡ଼ି ପୁରୁଷୋତ୍ତମ ଦେବ ଅନାଉଥିଲେ । ପୁରିଆ ଅନାଉଥିଲେ-। ପୁରିଆ ଅନାଉଚି ବୋଲି ହମୀରେ ବୋଇଲେ । କୋପେଣ ସାବେଳୀ ମୁଠାଏ ମାଇଲେ । ତାହା ଜାଣି ପୁରୁଷୋତ୍ତମଦେବେ ସମ୍ଭାଳିଲେ । ହମୀରମାନେ ବୋଇଲେ ସାବେଳୀ ଗଲା ଭଳି! ବୋଇଲେ ପୁରିଆକୁ ରଖିଲେ ବନମାଳୀ । ଏତେ ବୋଲି ବିସ୍ମଏ ହୋଇ ଯେ ଯାହା ରାଜ୍ୟମାନଙ୍କୁ ବାହାର ହୋଇଗଲେ । ଗୋବିନ୍ଦ ହରିଚନ୍ଦନେ ଯେ ହମୀରଙ୍କ ବୋଲେ ଥିଲେ ତାହାଙ୍କ ପୁରୁଷୋତ୍ତମ ଦେବ ମରାଇଲେ । ଏଥି ଉତ୍ତାର ପୁରୁଷୋତ୍ତମ ଆଇଲେ । ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୁଙ୍କୁ ଦର୍ଶନ କଲେ । ଏହାଙ୍କ ଅ୭ଙ୍କରେ ଭୋ x x x ନଅ ଅଙ୍କରେ ରୋଷ x x x x ମହାପ୍ରଭୁରୁ କିଛି ଅଙ୍ଗୀକାର ନାହିଁ । ଏଥିକି ଏ ରାଜା କହିଲେ ମୁଁ ଏହାଙ୍କୁ କରି ନାହିଁ । ଏ ପୂର୍ବରୁ ଅଛନ୍ତି । ପୁନର୍ବାର ରାଜା କହିଲେ ଆମ୍ଭେ ଏକଥା ବୁଝିବା । ରାଜା ବୁଝିବାରେ ସେବକଙ୍କର କିଛି କ୍ରିୟା ଶୁଦ୍ଧି ନ ଦେଖିଲେ । ଏଥିକି ରାଜା ସେବକଙ୍କୁ କହିଲେ ତୁମ୍ଭର ତ କିଛି କ୍ରିୟା ଶୁଦ୍ଧି ନାହିଁ ଗୋସାଇଁ ଯେଉଁ ରୂପେ କହିବେ ସେହି କଥା ହୋଇବ । ଏଥିକି ସେବକେ ମହାପ୍ରଭୁଙ୍କ ଛାମୁରେ କାକୁସ୍ଥ ହୋଇ ଜଣାଇଲେ । ଏ ଦିନ ରାତ୍ର ଆଚାର୍ଯ୍ୟଙ୍କୁ ଆଜ୍ଞା ହୋଇଲା । ଏ କ୍ଷେତ୍ରରେ ସେ ସେବକଙ୍କ ବିଷୟରେ କିଛି କହିବୁ ନାହିଁ । ଆଜ ଦିନ ଆଦ୍ୟୁଁ ତୁମ୍ଭଙ୍କୁ କୁରୁମ କ୍ଷେତ୍ର ଦିଆଗଲା । ତୁ ସେହିଠାରେ ରହିବୁ । ଏ ଆରଦିନ କୁରିମକ୍ଷେତ୍ରକୁ ଗଲେ । ଏ ଦିନ ରାତ୍ରୀ ରାଜାଙ୍କୁ ଆଜ୍ଞା ହୋଇଲା । ଏ ସେବକେ ତ ମୋହୋର ପାରୁଶଲୋକ କୃଷ୍ଣାବତାରରେ ଏ ଗୋପୀ ଗୋପାଳ ହୋଇ ଆସ ସଙ୍ଗେ ବିହାର କରୁଥିଲେ । ସେଦିନେ ଏହାଙ୍କର କି କ୍ରିୟାଶୁଦ୍ଧି ଥିଲା । ଏ ମୋହର ତ୍ୟାଜ୍ୟ ନୁହନ୍ତି ଏହା ଶୁଣି ରାଜା .... ରାଜାଙ୍କୁ ଦେଖାଇଲେ । ରାଜା ତାଙ୍କ ହସ୍ତରେ ପିଠା ଦେଖି ବହୁତ କୋପ କଲେ । ଏ ଦାସ ମୁଦୁଲିକି ଧରାଇ ରଖିଲେ । ତହିଁ ଆରଦିନ ଆଉ ସ୍ୱାର ହାତେ ଭୋଗ କରାଇଲେ । ଏ ଦିନ ରାତ୍ର ମହାପ୍ରଭୁଙ୍କର ଆଜ୍ଞା ହୋଇଲା । ତୁ ମୋହର ମହାସ୍ୱାରକୁ ଧରାଇଲୁ । ଆମ୍ଭେ ସେ ପୋଡ଼ପିଠା ନଖାଇଲାକୁ ମନବୋଧ ନୋହିଲା । ରାଜା ସ୍ୱପନ ଚେତି ଏ ଦାସ ମୁଦୁଲିକୁ ଅଣାଇଁ ବହୁତ ଗଉରବ କରି ମହାସ୍ୱାର ଶାଢ଼ୀ ଦେଇ ରାଜା ଆଜ୍ଞା ଦେଲେ । ଯଉଁରୂପେ ପୋଡ଼ପିଠା କରୁଥିଲ ସେ ରୂପେ କରିବ । ଶ୍ରୀଛାମୁରେ ଭୋଗ ସଙ୍ଗେ ରଖିବ । ସେ ଭୋଗ ସରିବା ଉତ୍ତାରୁ ସେ ପିଠା ଗୋଟିକ ପନ୍ତିରୁ ଦେଇ ତାହା ...ପ । ଦଶ ଅଙ୍କରେ ରାଜା ଶୁଣିଲେ କାଞ୍ଚିନଗରେ ପଦ୍ମିନୀ...ତହିଁକି ରାଜା ମଧ୍ୟସ୍ଥ ପଠିଆଇ....ନ କଲା । ରାଜା ଶୁଣି କୋପକରି ତୁମ୍ଭେ ଆମ୍ଭ ପାଇଁ ଥରେ ଶ୍ରୀଛାମୁରେ ଜଣାଇବ । ସେହିଦିନ ରାତ୍ରରେ ମହାସ୍ୱାର ବହୁତ କାକୁସ୍ତ ହୋଇ ମହାପ୍ରଭୁଙ୍କ ଶ୍ରୀଛାମୁରେ ଜଣାଇଲେ । ପ୍ରଭୁଙ୍କର ସେହି ରାତ୍ରେ ଆଜ୍ଞା ହୋଇଲା । ସେ ତ ନ ମରିବ । ଆମ୍ଭେ ବିଜେକଲେ ସେ ଗଡ଼ ମରିବ । ଆମ୍ଭେ କଳାବାରୁଁ ଧଳାବାରୁ ଚଢ଼ି ଆଗେ ବିଜେକଲୁ । ତୁ ଯାଇଁ ରାଜାଙ୍କୁ କହ । ଆମ୍ଭ ଦକ୍ଷିଣ ପାଚେରୀ କଣରେ ଦୁର୍ଗା ମାଧବ ବୂର୍ତ୍ତି ଦରଶନ କରି ଆମ୍ଭ ପଛେ ଯିବୁ । ଏହିରୂପେ ମହାସ୍ୱାର କହିଲେ । ପାତ୍ରମାନେ ବହୁତ ଭଗାଂଇ ରାଜାଙ୍କୁ କହିଲେ । ସେ ତାହା ମାନି ଦକ୍ଷିଣ କୋଣେ ଦୁର୍ଗାମାଧବ ମୂର୍ତ୍ତିଙ୍କି ଦରଶନ କରି ବିଜେ କରିଗଲେ । କିଛିଦୂର ଗଲା ଉତ୍ତାରୁ ମନେ ବିଚାରିଲେ ମହାପ୍ରଭୁଙ୍କର କିଛି ସଙ୍କେତ ନ ପାଇଲି । ଏହା ପ୍ରଭୁ ଜାଣି ଗଉଡ଼ୁଣୀଠାରେ ବଛ ମୁଦି ଦେଇଗଲେ । ସେ ମୁଦି ରାଜା ପାଇ ବହୁତ କାକୁସ୍ତ ହୋଇ ମଥାରେ ଲଗାଇଲେ ।

ଆଉ ଯେତେ ଆଶ୍ଚର୍ଯ୍ୟପଦାର୍ଥ ଧନ ବହୁତ ଆଣିଲେ । ଏମାନେ ଆଣିଲାକୁ ସେ ମୁଲକ ରାଜା ନସ୍କର ଘେନି ଗୋଡ଼ାଇଲା । ପାତ୍ରେ ଜଣାଇଲେ, ଏ ରାଜା ନସ୍କର ଘେନି ପଛେ ଗୋଡ଼ାଇଅଛି । ତହିଁକି ବ୍ରାହ୍ମଣ କହିଲେ ଆପଣେ ବିଜେକର । ମୁଁ ଏଠାରେ ଜପ କରି ଗୋଦାବରୀ ବଢ଼ାଇବି । ସେ ରାଜା ଫେରିଯିବ । ସେହିରୂପେ ସେଠାରେ ରହି କର୍ମ କରି ଗୋଦାବରୀ ବଢ଼ାଇଲେ । ଏହା ଦେଖି ସେ ରାଜା ଫେରିଗଲା । ଏହା ଦେଖି ରାଜା ଆନନ୍ଦ ହୋଇ ଏହାଙ୍କୁ ଗୋଦାବରୀ ମହାପାତ୍ର ବୋଲି ପଦ ଦେଲେ । ରାଜା ବହୁତ ତୁଷ୍ଟ ହୋଇ ମନେ କଲେ ମହାପ୍ରଭୁ ଆଗେ ଗଲେ କି ପଛେ ରହିଲେ । ଏ ମହାପ୍ରଭୁ ଜାଣି ଦେଉଳ ପାଚେରି କଣେ ଗୁଡ଼ିଆ ଘର ଥିଲା ତାହାକୁ ଡ଼ାକି ପଣା ପିଇ ଗଲେ । ତାହା ଶୁଣି ରାଜା ଗୁଡ଼ିଆକୁ ବ୍ରାହ୍ମଣମାନଙ୍କୁ କହି ପାଣି ସ୍ପରଶ କଲେ । ସେଠୋରୁ ରାଜା ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀନଅରକୁ ବିଜେ କରିଗଲେ । ସତ୍ୟବାଦୀ ଠାକୁରଙ୍କୁ ଭୋଗ ମଣ୍ଡୋଅରେ ବିଜେ କରାଇଲେ । ସଙ୍ଖୁଡ଼ି ଭୋଗ କରିବାପାଇଁ ମନେ କଲେ । ସେ ଦିନ ସତ୍ୟବାଦୀଙ୍କର ରାଜାଙ୍କୁ ଆଗ୍ୟାଂ ହୋଇଲା । ଏ ତ ଦାରୁବ୍ରହ୍ମ ଆମ୍ଭେ ଶିଳାବ୍ରହ୍ମ । ଏହାଙ୍କ ନିବାସ ଆମ୍ଭର ପ୍ରବାସ । ଆମ୍ଭେ ସ୍ଥାନକୁ ଯିବୁ । ଯେତେଦିନ ଥିବୁ ସେତେଦିନୁ ତୁ ଯେଉଁଠାରେ ନଅର କରିବୁ ଆମ୍ଭଙ୍କୁ ସେହିଠାରେ ବିଜେ କରାଇବୁ । ସେହିଦିନୁଂ ସତ୍ୟବାଦୀ ଠାକୁରଙ୍କଠାରେ ନିସଙ୍ଖୁଡ଼ି ଭୋଗ ହୋଇଲା । ସତ୍ୟବାଦୀ ଠାକୁରଙ୍କୁ ଚଉଦ୍ୱାର ନଅର ଆଗେ ବିଜେ କରାଇଲେ । ଏ ଉତ୍ତାରୁ ସେ ପଦ୍ମିନୀ କନ୍ୟାକୁ ରାଜା ବିଭା ହେବାକୁ ରାଜା ସ୍ୱୀକାର ନ କଲେ । ବହୁତ ଲୋକେ ରାଜାଙ୍କୁ ପ୍ରବୋଧ କରି ସେ କନ୍ୟାକୁ ବିଭା କରାଇଲେ । x x x x ରାଇ ଏ ତ ଆମ୍ଭର ପାର୍ବତୀ । ଆମ୍ଭେ ବିଜେ କରିଥିଲୁ ଏହା ଗର୍ଭେ ଯେଉର୍ ପୁଅ ହେବ ସେ ପୃଥୀରେ ରାଜା ହେବ । ଏହା ରାଜା ଶୁଣି ସେ କନ୍ୟାକୁ ବହୁତ କାକୁସ୍ତ ହୋଇଲେ । ପ୍ରମୋଦ କରି ରଖିଲେ । ଏ କନ୍ୟା ଗର୍ଭ ହୋଇଅଛି । ଶ୍ରୀନଅରରୁ ଶୁଣିଲେ । ଏ ଉତ୍ତାରୁ ଗର୍ଭରୁ ପୁଅ ଜନ୍ମ ହୋଇଲା । ସେ ପୁଅକୁ ପ୍ରତାପ ଜେନାମଣି ପଦ ଦେଲେ । ସେଠାରୁ ଶ୍ରୀପୁରୁଷୋତ୍ତମ ବିଜେ କଲେ । ବହୁତ ପଣ୍ଡିତମାନଙ୍କୁ ସମ୍ପାଦିଲେ । ବେଦ ଶାସ୍ତ୍ରମାନଙ୍କରେ ପଣ୍ଡିତ ହେଲେ । ଏ ରାଜା ଆଭାନ ହେଲେ । ଏ ଭୋଗକଲେ ଅ୩୧କୁ ବ୨୫ର୍ଷ ।

୩ୟ ପାଞ୍ଜି ମତେ-ଏ ଭୋଗକଲେ ବ୨୫ର୍ଷ-ଶ୧୪୨୬ ପର୍ଯ୍ୟନ୍ତ ।